ଇଟିଭି ଭାରତର ପ୍ରଭାବ; ଇଞ୍ଜିନିୟରିଂ ଛାତ୍ରଙ୍କ ନୂଆ ଟେକ୍ନୋଲୋଜିକୁ ଆପଣେଇଲା ବିଏମସି- ETV Bharat

ଇଟିଭି ଭାରତର ପ୍ରଭାବ; ଇଞ୍ଜିନିୟରିଂ ଛାତ୍ରଙ୍କ ନୂଆ ଟେକ୍ନୋଲୋଜିକୁ ଆପଣେଇଲା ବିଏମସି

କିଛି ଉଦ୍ୟମୀ ଓ କୁଶଳୀ ଇଞ୍ଜିନିୟରିଂ ଛାତ୍ର ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ରାଜଧାନୀବାସୀଙ୍କୁ ଏକ ଉପହାର ଦେଇଛନ୍ତି । ଯାହା ଏକାଧିକ ସୁବିଧା ଯୋଗାଇବା ସହ ଦେବ ସମସ୍ତ ସୂଚନା । ନେସ୍କାଇଟ୍‌ ଷ୍ଟାର୍ଟ-ଅପ୍ କମ୍ପାନୀ ବିକଶିତ କରିବା ସହିତ ଏହାର ନାମ ରହିଛି 'ହାଏ ସିଷ୍ଟମ' (ହ୍ୟୁମାନ ଇଣ୍ଟରଆକ୍ଟିଭ ଇଣ୍ଟରଫେୟାର ସିଷ୍ଟମ) । ପଢନ୍ତୁ ରିପୋର୍ଟ..

ଭୁବନେଶ୍ବର: ସ୍ମାର୍ଟ ସିଟିରେ ସ୍ମାର୍ଟ ମେସିନ । ଏକାଧିକ ସୁବିଧା ଯୋଗାଇବା ସହ ଦେବ ସମସ୍ତ ସୂଚନା । ନେସ୍କାଇଟ୍‌ ଷ୍ଟାର୍ଟ-ଅପ୍ କମ୍ପାନୀ ବିକଶିତ କରିବା ସହିତ ଏହାର ନାମ ରହିଛି 'ହାଏ ସିଷ୍ଟମ' (ହ୍ୟୁମାନ ଇଣ୍ଟରଆକ୍ଟିଭ ଇଣ୍ଟରଫେୟାର ସିଷ୍ଟମ) । ଏଭଳି ସୁବିଧା ଯୋଗାଇ ଦେଇଛନ୍ତି କିଛି ଉଦ୍ୟମୀ ଓ କୁଶଳୀ ଇଞ୍ଜିନିୟରିଂ ଛାତ୍ର । ଏହା ସରଳ ଓ ସମ୍ପୂର୍ଣ୍ଣ ନିଃଶୁଳ୍କ । ଏଥିରେ ମୋବାଇଲ ଚାର୍ଜ, ଫ୍ରି ୱାଇ-ଫାଇ, ଫୋନ କଲ, ମନୋରଞ୍ଜନ ଭିତ୍ତିକ ଗେମ, ଗୁଗଲ ମ୍ୟାପ, ମୋ ବସର ସୁବିଧା, କ୍ରିକେଟ ସ୍କୋର ବୋର୍ଡ ଭଳି ସମସ୍ତ ସୂଚନା ଓ ସୁବିଧାର ଲାଭ ଉଠାଇପାରିବେ ରାଜଧାନୀବାସୀ ।


ପ୍ରଥମେ ପଟିଆ ଓ ଏବେ ପାଲହାଇଟସ ନିକଟରେ ଏହି ମେସିନ ଲଗାଯାଇଛି । 'ହାଏ ସିଷ୍ଟମ'ର ସମସ୍ତ ଆପ ଅତି ସହଜରେ ବ୍ୟବହାରଯୋଗ୍ୟ । ସମସ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ରାଜଧାନୀବାସୀଙ୍କୁ ଏକ ଉପହାର ଦେଉଛନ୍ତି 5 ଜଣ ଇଂଜିନିୟରିଂ ଛାତ୍ର । ଆଗକୁ ସାରା ଓଡ଼ିଶାର ରେଳଷ୍ଟେସନ, ବସଷ୍ଟାଣ୍ଡ, ହସ୍ପିଟାଲ ଭଳି ପବ୍ଲିକ ଜାଗାରେ ଏହି ସିଷ୍ଟମ ଲଗାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।
ତେବେ ଇଟିଭି ଭାରତ ଜୁନ 2019ରେ ଏହାର ଉଦଭାବନାକୁ ସଭିଙ୍କ ସମ୍ନାକୁ ଆଣିଥିଲା । ଆଉ ଏବେ ବିଏମସି ସହାୟତାର ହାତ ବଢ଼ାଇଛି । ତେବେ ରାଜଧାନୀବାସଙ୍କୁ କେତେ ସୁବିଧା ଯୋଗାଇବ ଏହି ସିଷ୍ଟମ ତାହା ଦେଖିବାକୁ ବାକି ରହିଲା ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Pages